
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶର ରାଜନୈତିକ ହଲଚଲ ଏବଂ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦଳରୁ ଇସ୍ତଫା ଦେବାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ଏନେଇ ରାହୁଲ ଗାନ୍ଧୀ କୌଣସି ଟିପ୍ପଣୀ ଦେବେ ନାହିଁ ବୋଲି ସିଧା ସଳଖ ମନା କରିଦେଇଛନ୍ତି । କିନ୍ତୁ ପରବର୍ତ୍ତି ମୁହୁର୍ତ୍ତରେ ତେଲ ଦରକୁ ଚିନ୍ତା ପ୍ରକଟ କରିଛନ୍ତି । ତେଲ ଦର ହ୍ରାସ କରିବା ପାଇଁ ସେ ଟ୍ୱିଟ୍ ଯୋଗେ ମୋଦି ସରକାରଙ୍କୁ ଅପିଲ କରିଛନ୍ତି ।
ସଂସଦ ଅଧିକବେଶନରେ ସାମିଲ ହେବାକୁ ଆସିଥିବା ରାହୁଲ ଗାନ୍ଧୀଙ୍କୁ ଯେତେବେଳେ ସିନ୍ଧିଆଙ୍କ ଇସ୍ତଫା ଦେବାକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ , ସେତେବେଳେ ସେ କୌଣସି ଜବାବ ନଦେଇ ଚାଲି ଯାଇଥିଲେ ।
ତେଲ ଦର ହ୍ରାସ କରିବାକୁ ନେଇ ରାହୁଲ ଗାନ୍ଧୀ ପିଏମଓ ଇଣ୍ଡିଆକୁ ଟ୍ୟାଗ କରି ଏକ ଟ୍ୱିଟ୍ କରିଛନ୍ତି ।