ଫିଲ୍ମ ‘ଭୁଲ୍ ଭୁଲୈୟା ୨’ ର ମୋଶନ ପୋଷ୍ଟର ରିଲିଜ୍

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଙ୍ଗଳବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ତାଙ୍କର ଅପକମିଂ ଫିଲ୍ମ ‘ଭୁଲ ଭୁଲୈୟା ୨’ ର ଫାଷ୍ଟ ଲୁକ୍ ଏବଂ ମୋଶନ ପୋଷ୍ଟର ରିଲିଜ୍ କରିଛନ୍ତି । କାର୍ତ୍ତିକଙ୍କ ଏହି ଫିଲ୍ମ ୨୫ ମାର୍ଚ୍ଚ ୨୦୨୨ ରେ ରିଲିଜ୍ ହେବ । ଏନେଇ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି କାର୍ତ୍ତିକ ।

କାର୍ତ୍ତିକ ଏକ ସାଧୁ ଗେଟ୍ ଅପ୍ ରେ ଦେଖା ଯାଉଛନ୍ତି, ଯିଏ ଏକ କୋଠା ଉପରେ ବସିଛନ୍ତି ତାଙ୍କ ଚାରି ପାଖରେ ଘନ ଛାଇ ଏବଂ କାଉ ଦେଖିବାକୁ ମିଳୁଛି । ମୋସନ ପୋଷ୍ଟରର କ୍ୟାପ୍ସନ ରେ କାର୍ତ୍ତିକ ଲେଖିଛନ୍ତି , ୨୫ ମାର୍ଚ୍ଚ, ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ‘ଭୁଲ ଭୁଲୈୟା ୨’ ।