ଭାରତରେ jaguar-i-pace ବ୍ଲାକ ର ବୁକିଂ ଆରମ୍ଭ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଜାଗୁଆର ତାର ଇଲେକ୍ଟ୍ରିକ ୟସୟୁଭି ଆଇ ପେସ ବ୍ଲାକର ବୁକିଂ ଆରମ୍ଭ କରିଛି । ନିଜର ସାନ୍ଦାର ଡିଜାଇନ୍ ଏବଂ ଇଲେକ୍ଟ୍ରିକ ପ୍ରଦର୍ଶନ ଯୋଗୁଁ ଏହା ଲୋକଙ୍କ ମଧ୍ୟରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।

ଯଦି ଏହାର ଫିଚର୍ସ କଥା କହିବା ତେବେ ନୂତନ ଇଲେକ୍ଟ୍ରିକ ଜାଗୁଆର ର ଇଣ୍ଟିରିୟର ପ୍ୟାନୋରମିକ ସନରୁଫ, ୩ଡିସରାଉଣ୍ଡ କ୍ୟାମେରା, ଲେଦର ସ୍ପୋଟର୍ସ ସିଟ୍, ଏସି କଣ୍ଟ୍ରୋଲ ଏବଂ ଅନେକ ଅନ୍ୟ ଫିଚର୍ସ ସହ ଆସିବ । ଏହାସହିତ ଏହାର ଏକ୍ସଟିରିୟରରେ ଏଲଇଡି ହେଡଲାଇଟ୍ସ, ଏଲଇଡି ଟେଲ ଲାଇଟ ମଧ୍ୟ ଦିଆଯାଇଛି ।

ଏହାସହିତ ଏଥିରେ ୯୦କେଡବ୍ଲ୍ୟୁଏଚ ଲିଥଇୟମ ଆୟନ ବ୍ୟାଟେରୀ ପ୍ୟାକ ଦିଆଯାଇଛି । ଏହା ୪.୮ ସେକେଣ୍ଡରେ ହିଁ ଘଣ୍ଟା ପ୍ରତି ୧୦୦ କି.ମି ବେଗ ପର୍ଯ୍ୟନ୍ତ ପହଁଚିପାରେ । ଜାଗୁଆର ଆଇ-ପେସକୁ ୧୦୦ କେଡବ୍ଲ୍ୟୁ ର ଫାଷ୍ଟ ଚାର୍ଜର ସହିତ ୪୦ ମିନିଟ୍ ରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରାଯାଇ ପାରିବ । ସେହିପରି ଅନ୍ୟପଟେ ୭.୪ କେଡବ୍ଲ୍ୟୁ ଏସି ବଲ୍ ଚାର୍ଜରରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହେବାକୁ ୧୦ ଘଣ୍ଟା ସମୟ ଲାଗିବ । ଜାଗୁଆର ଆଇ ପେସ ର ପ୍ରାରମ୍ଭିକ ଦାମ୍ ୧.୦୫ କୋଟି ରଖାଯାଇଛି ।