ସବୁଠୁ ହାଲୁକା ଏବଂ ପତଳା ଫୋନ ଲଞ୍ଚ କଲା ସାଓମି

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଭାରତରେ ଲଞ୍ଚ ହୋଇଛି ସାଓମି ୧୧ ଲାଇଟ୍ ଏନଇ ୫ଜି । ଆମାଜନ ଇଣ୍ଡିଆ ୱେବସାଇଟରେ ଏହି ଫୋନ ବିକ୍ରି ପାଇଁ ଉପଲବ୍ଧ । ଏହି ଫୋନକୁ ଦେଶର ସବୁଠାରୁ ଶସ୍ତା ଏବଂ ପତଳା ୫ଜି ସ୍ମାର୍ଟଫୋନ ବୋଲି କୁହାଯାଉଛି ।

ସାଓମି ୧୧ ଲାଇଟ୍ ଏନଇ ୫ଜି କୁ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି । ୬ଜିବି ର୍ୟାମ ଏବଂ ୧୨୮ଜିବି ଷ୍ଟୋରେଜ୍ ର ଦାମ୍ ୨୬,୯୯୯ ଟଙ୍କା । ଫୋନ ଉପରେ କମ୍ପାନୀ ୨ ହଜାର ଟଙ୍କା ରିହାତି ଦେଉଛି । ଏହାସହିତ ୧୫୦୦ ଟଙ୍କାର ଦୀପାବଳୀ ଅଫର ମଧ୍ୟ ରହିଛି । ଅର୍ଥାତ ଏହି ଫୋନକୁ ଆପଣ ୨୩,୪୯୯ ଟଙ୍କାରେ କିଣି ପାରିବେ । ୮ଜିିବ ର୍ୟାମ ଏବଂ ୧୨୮ଜିବି ଷ୍ଟୋରେଜର ଦାମ୍ ୨୮,୯୯୯ ଟଙ୍କା । ଏହା ଉପରେ ମଧ୍ୟ ୨ ହଜାର ଟଙ୍କା ରିହାତି ଏବଂ ୧୫୦୦ ଟଙ୍କାର ଦୀପାବଳୀ ଅଫର । ଏହାପରେ ଫୋନର ଦାମ୍ ୨୫, ୪୯୯ ଟଙ୍କା ହୋଇଛି । କେବଳ ୨ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଦୀପାବଳୀ ଅଫର ରହିଛି ।