ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି ଏମ୫୨ ୫ଜି

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସାମସଙ୍ଗ ଇଣ୍ଡିଆ ତାର ଏମ ସିରିଜ୍ ବିସ୍ତାର କରିବା ସହ ଆଜି ୫ଜି ସ୍ମାର୍ଟଫୋନ ଗାଲାକ୍ସି ଏମ୫୨ ଲଞ୍ଚ କରିଛି । କମ୍ପାନୀର ବରିଷ୍ଠ ନର୍ଦ୍ଦେଶକ ଆଦିତ୍ୟ ବବର ଏହି ଫୋନଙ୍କୁ ଲଞ୍ଚ କରି କହିଛନ୍ତି କି ୭.୪ ମିଲିମିଟର ପତଳା ଏବଂ ଦୁଇଟି ରଙ୍ଗ ତଥା ଆଇସ୍ ବ୍ଲ୍ୟୁ ଏବଂ ବ୍ଲାଜିଙ୍ଗ ବ୍ଲାକରେ ଲଞ୍ଚ କରାଯାଇଥିବା ଏହି ଫୋନର ଓଜନ ୧୭୩ ଗ୍ରାମ ।

ଏଥିରେ ୬.୭ ଇଂଚର ଏଫଏଚଡି ପ୍ଲସ ଏସଏମୋଲେଡ ପ୍ଲସ ଡିସପ୍ଲେ ଦିଆଯାଇଛି । ପାଣି ଦ୍ୱାରା ହେବାକୁ ଥିବା କ୍ଷତିକୁ ସୁରକ୍ଷା ପ୍ରଦାନ କରିବ ଗରିଲ୍ଲା ଗ୍ଲାସ ।

ଏଗାରଟି ୫ଜି ବ୍ୟାଣ୍ଡ ଏନ୧, ଏନ୩, ଏନ୫, ଏନ୭, ଏନ୮, ଏନ୨୦,ଏନ୨୮, ଏନ୪୦ , ଏନ୪୧, ଏନ୬୬, ଏନ୭୮ର ସମର୍ଥନରେ ଉପଭୋକ୍ତା ହାଇସ୍ପିଡ ଡାଉନଲୋଡ, ବଫର-ଫ୍ରୀ ଷ୍ଟ୍ରିମିଙ୍ଗ ଏବଂ ଅନଲାଇନ୍ ଗେମିଂର ମଜା ନେଇ ପାରିବେ । ଏଥିରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି, ଯେଉଁଥିରେ ପ୍ରଥମର କ୍ଷମତା ୬୪ ମେଗାପିକ୍ସଲ, ଦ୍ୱିତୀୟଟି ୧୨ ମେଗାପିକ୍ସଲ ଏବଂ ତୃତୀୟଟି ୫ ମେଗାପିକ୍ସଲର । ସେହିପରି ଏଥିରେ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଥିରେ ଆଣ୍ଡ୍ରୋଏଡ ୧୧ ଅପରେଟିଙ୍ଗ ସିଷ୍ଟମ ଦିଆଯାଇଛି । ଏହି ଫୋନରେ ୨୫ ୱାଟ ଫାଷ୍ଟ ଚାର୍ଜିଙ୍ଗ ସହିତ ୫୦୦୦ ଏମଏଏଚର ବ୍ୟାଟେରୀ ଦିଆଯାଇଛି ।

ସେହିପରି ଯଦି ସାମସଙ୍ଗ ଗାଲାକ୍ସି ଏମ୫୨ ୫ଜି ର ଦାମ୍ କଥା କହିବା ତେବେ ୬ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟେରେଜ୍ ଭ୍ୟାରିଏଣ୍ଟର ଦାମ୍ ୨୯,୯୯୯ ଟଙ୍କା ରଖାଯାଇଥିବା ବେଳେ ୮ ଜିବି ର୍ୟାମ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ୍ ୩୧,୯୯୯ ଟଙ୍କା