ଦେଶରେ ଗୋଟେଦିନରେ ୨୩,୫୨୯ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୨୩,୫୨୯ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୩୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏପର୍ଯ୍ୟନ୍ତ ମୋଟ ୩,୩୦,୧୪,୮୯୮ ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୨,୭୭,୦୨୦ ଟି ସକ୍ରିୟ ମାମଲା ରହିଛି ।