ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଉପହାର, ଦେଶକୁ ସମର୍ପିତ କଲେ ୩୫ ନୂତନ ଫସଲର ଭ୍ୟାରିଏଣ୍ଟ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର କୃଷି ଜଗତକୁ ଆଜି ଏକ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ୩୫ ନୂତନ ଫସଲର ଭ୍ୟାରିଏଣ୍ଟ ଦେଶକୁ ସମର୍ପିତ କରିଛନ୍ତି ।

ଫସଲର ହଳ ଯେତେ ଗଭୀର, ସେହି ଫସଲର ଅମଳ ସେତେ ଭଲ ହେବ । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି , ନେସନାଲ ଇଂଷ୍ଟିଚ୍ୟୁଟ ଅଫ୍ ବାୟୋଟିକ ଷ୍ଟ୍ରେସ ଟଲରେନ୍ସ ରାୟପୁରର ନୂତନ ପରିସରକୁ ମଧ୍ୟ ଲୋକାର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ନୂତନ ଫସଲରେ ଅଧିକ ପୁଷ୍ଟିକର ଉପାଦାନ ଅଛି। ଆମର ପ୍ରାଥମିକତା ହେଉଛି ଚାଷୀଙ୍କ ଆବଶ୍ୟକତା ପୂରଣ କରିବା । ଏଥିପାଇଁ କୃଷି ବଜାରର ଆଧୁନିକୀକରଣ କାର୍ୟ୍ୟ ଚାଲିଛି। ସମସ୍ତ ଚାଷୀଙ୍କ ରାସ୍ତାକୁ ସହଜ କରିବା ଆମର ଲକ୍ଷ୍ୟ।