ଉପକାରୀ ବାସୀ ରୁଟି

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ସମୟରେ ରାତ୍ରି ଭୋଜନ ପରେ ରୁଟି ବଳି ଯାଇଥାଏ । ସେହି ରୁଟି ତାପରଦିନକୁ ବାସି ହୋଇଯାଏ । କିଛି ଲୋକ ସେହି ସେହି ରୁଟିକି ସେକିକି ଖାଇଥାନ୍ତି ତ ପୁଣି ଆଉ କିଛି ଲୋକ ବାସୀ ରୁଟି କୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବାସୀ ରୁଟିରେ ଅନେକ ଗୁଣ ଲୁଚିକି ରହିଛି । ଯାହାଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା.

  • ଖୀରରେ ବାସୀ ରୁଟି ମିଶାଇ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ବାସୀ ରୁଟିକୁ ୫ ରୁ ୧୦ ମିନିଟ୍ ପାଇଁ ଖୀରରେ ବତୁରେଇ ରଖି ଦିଅନ୍ତୁ । ୧୦ ମିନିଟ୍ ପରେ ଏହାକୁ ସେବନ କରନ୍ତୁ । ଏହାଦ୍ୱାରା ରକ୍ତଚାପ ନିୟମନ୍ତ୍ରଣରେ ରହିବ ।
  • ଏରୀରର ସାଧାରଣ ତାପମାତ୍ରା ୩୭ ଡିଗ୍ରୀ ସେଲସିୟମ ରହିବା ଉଚିତ୍ । ଯଦି ଆପଣଙ୍କ ଶରୀରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ ତେବେ ଏହା ଅଙ୍ଗପ୍ରତ୍ୟେଙ୍ଗକକୁ କ୍ଷତି ପହଁଚାଇବ । ସେଥିପାଇଁ ଖୀରରେ ଭିଜା ହୋଇଥିବା ବାସୀ ରୁଟି ଖାଇବା ଦ୍ୱାରା ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ ।
  • ବାସୀ ଖାଦ୍ୟ ଖାଇବାକୁ ସର୍ବଦା ବାରଣ କରାଯାଇଥାଏ କାରଣ ସେଥିରେ ଜୀବାଣୁ ସୃଷ୍ଟି ହୋଇଥାଏ । କିନ୍ତୁ ରୁଟିରେ ଏହାର ଓଲଟା ହୋଇଥାଏ । ସେଥିପାଇଁ ସକାଳୁ ବାସୀ ରୁଟିକୁ ଖୀରରେ ଭିଜାଇ ଖାଇବା ଜରୁରୀ ।
  • ଯଦି ପେଟ ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳୁ ନାହିଁ ତେବେ ଆପଣ ଖୀର ରୁଟି ଖାଇ ପାରିବେ ।
  • ସେହିପରି ସୁଗାର ରୋଗୀଙ୍କୁ ଖୀର ରୁଟି ସେବନ କରିବା ଉଚିତ୍ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ସୁଗାର ମାତ୍ରା ନିୟନ୍ତ୍ରଣରେ ରହିଥାଏ ।