ଭାରତୀୟ ବଜାରରେ ଖୁବ୍ ଶୀଘ୍ର ଲଞ୍ଚ ହେବ ରିଅଲମି ଜିଟି ନିଓ୨

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ରିଅଲମି ତାର ନୂତନ ରିଅଲମି ଜିଟି ନିକଟରେ ଚୀନ୍ ରେ ଲଞ୍ଚ କରିଛି । ଖୁବ୍ ଶୀଘ୍ର କମ୍ପାନୀ ଏହାକୁ ଭାରତୀୟ ବଜାରରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ଚଲାଇଛି । ରିଅଲିମିର ଭିପି ଏବଂ ରିଅଲମି ଇଣ୍ଡିଆ, ୟୁରୋପ ଏବଂ ଲାଟିନ୍ ଆମେରିକାର ସିଇଓ ମାଧବ ସେଠ୍ ସ୍ପଷ୍ଟ କରିଛନ୍ତି କି ଜିଟି ନିଓ୨ ଅକ୍ଟୋବରରେ କମ୍ପାନୀର ସବୁଠାରୁ ବଡ ବଜାରରେ ଲଞ୍ଚ ହେବ । ଏହି ସ୍ମାର୍ଟଫୋନଟି ତିନୋଟି ଷ୍ଟୋରେଜ୍ ଭ୍ୟାରିଏଣ୍ଟ ୮ଜିବି ପ୍ଲସ ୧୨୮ଜିବି, ୮ଜିବି ପ୍ଲସ ୨୫୬ ଜିବି ଏବଂ ୧୨ ଜିବି ପ୍ଲସ ୨୫୬ ଜିବି ରେ ଉପଲବ୍ଧ ହେବ ।

ଏହା କ୍ୱାଲକମ ସ୍ନାପଡ୍ରାଗନ ୮୭୦ ୫ଜି ମୋବାଇଲ ପ୍ଲାଟଫର୍ମ ଦ୍ୱାରା ସଂଚାଳିତ । ଏହି ସ୍ମାର୍ଟଫୋନ ୧୨୦ହଟଜ ସ୍ୟାମସଙ୍ଗ ଇ୪ ଏମୋଲେଡ ଡିସପ୍ଲେରେ ସୁସଜ୍ଜିତ ଏବଂ ଏଥିରେ ୧୩୦୦ ନିଟ୍ସ ର ପିକ୍ ବ୍ରାଇଟନେସ ଏବଂ ୫,୦୦୦,୦୦୦:୧ ପର୍ଯ୍ୟନ୍ତର କଲର କଣ୍ଟ୍ରାଷ୍ଟ ରେସିଓ ରହିଛି ।