ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ

in #atrnews-youtube3 years ago

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି କୋଭିଡ୧୯ ଟୀକା ସହ ଜଡିତ ଭୁଲ ତଥ୍ୟ ଦେଉଥିବା ଭିଡିଓକୁ ୟୁଟ୍ୟୁବ ତାର ପ୍ଲାଟଫର୍ମରୁ ହଟେଇ ଦେବ ବୋଲି ଘୋଷଣା କରିଛି । ୟୁଟ୍ୟୁବର କହିବାନୁଯାୟୀ, ଅନେକ ଭିଡିଓ ରହିଛି ଯେଉଁଥିରେ କରୋନା ଟୀକା ସହ ଜଡିତ ଭୁଲ ତଥ୍ୟ ଦିଆ ଯାଉଛି ।

ୱାଶିଙ୍ଗଟନ ପୋଷ୍ଟ ରିପୋର୍ଟ ମୁତାବକ, ରବର୍ଟ ଏଫ୍ କ୍ୟାନେଡୀ ଜୁନିୟର ଏବଂ ଜୋସେଫ ମର୍କୋଲାଙ୍କ ସମେତ ଅନେକ କାର୍ଯ୍ୟକାର୍ତ୍ତାଙ୍କ ଚ୍ୟାନେଲକୁ ବ୍ଲକ କରିଦେଇଛି ୟୁଟ୍ୟୁବ ।

ସୂଚନାଯ୍ୟୋ, ଏହାପୂର୍ବରୁ ଅଗଷ୍ଟ ମାସରେ ୟୁଟ୍ୟୁବ ତାର ପ୍ଲାଟଫର୍ମରୁ ୧୦ ଲକ୍ଷ ଭିଡିଓ ହଟେଇ ଥିଲା, ଯାହା ଦ୍ୱାରା କରୋନା ସହ ଜଡିତ ଭୁଲ ତଥ୍ୟ ପ୍ରସାର କରାଯାଉଥିଲା ।

ଆଗାମୀ ଦିନରେ ୟୁଟ୍ୟୁବ ଏକ ଖାସ୍ ଫିଚର୍ସ ତାର ପ୍ଲାଟଫର୍ମରେ ଯୋଡିବାକୁ ଯାଉଛି । ଚ୍ୟାପ୍ଟର ପିଚର ନାମକ ଏହି ଫିଚର ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ମଶିନ ଲର୍ଣ୍ଣିଂ ଏଲଗେ୍ାରିଦିମ୍ ଟେକନିକ୍ ଉପରେ କାମ କରିବ । କୁହାଯାଉଛି କି ଏହି ଫିଚର ଆସିବା ଦ୍ୱାରା ୟୁଜର୍ସଙ୍କୁ ଭିଡିଓ ଅପଲୋଡ କରିବାରେ ସହଜ ହେବ । ବର୍ତ୍ତମାନ ଏହା ଉପରେ ଟେଷ୍ଟିଂ ଚାଲିଛି ।