ଏବେ ୨୪ ଘଣ୍ଟା ଖୋଲା ରହିବ ବିଏସକେୱାଇ କାଉଣ୍ଟର

in #steempress4 years ago (edited)


କଟକ(ଏଟିଆର ବ୍ୟୁରୋ): ଏଣିକି ୨୪ ଘଣ୍ଟା ଖୋଲା ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ର କାଉଣ୍ଟର । ରୋଗି ମାନଙ୍କୁ ୨୪ ଘଣ୍ଟା ସେବା ଯୋଗାଇ ଦେବା ନିମନ୍ତେ ଏହି କାଉଣ୍ଟର ଖୋଲା ରହିବ । ରାତି ଅଧରେ ଏସସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ । ରୋଗୀଙ୍କୁ ଯେଉଁ ଔଷଧ ଆବଶ୍ୟକ ପଡିବ ତାହା ଏହି କାଉଣ୍ଟରରୁ ମଞ୍ଜୁର କରାଯିବ । ଯଦି ଡାକ୍ତର ପରାମର୍ଶ କରିଥିବା ଔଷଧ ଏହି କାଉଣ୍ଟରରେ ଉପଲବ୍ଧ ନଥିବ ତେବେ ଉକ୍ତ କାଉଣ୍ଟର ଜରିଆରେ ଡାକ୍ତରଙ୍କ ଚିଠା ଅନୁଯାୟୀ ତାହାକୁ ଲୋକାଲ ପର୍ଚେଜ କରାଯିବ । ଜରୁରିକାଳୀନ ପରିସ୍ଥିତିରେ ଲୋକାଲ ପର୍ଚେଜ ପାଇଁ କୌଣସି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆବଶ୍ୟକତା ପଡିବ ନାହିଁ । ଷ୍ଟୋର ମେଡିକାଲ ଅଫିସର ଡା.ସତ୍ୟଶ୍ରୀ ରାୟଙ୍କ ସୁଚନା ଅନୁସାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଦସ୍ତଖତରେ ଏହି ସବୁ ଔଷଧ ଓ ଉପକରଣ କ୍ରୟ କରାଯାଇପାରିବ ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲର ପ୍ରତ୍ୟକ ବିଭାଗ ମୁଖ୍ୟ ମାନଙ୍କ ଠାରୁ ସେମାନଙ୍କର ପ୍ରତିଦିନ ଆବଶ୍ୟକ ପଡୁଥିବା ଔଷଧ ଓ ଉପକରଣ ତାଲିକା ମଗାଯାଇଥିଲା । ପ୍ରତ୍ୟକ ବିଭାଗ ପକ୍ଷରୁ ଏକ ବାର୍ଷିକ ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖକୁ ପଠାଯାଇଛି । ଏହି ତାଲିକାକୁ ଆଧାର ୧ ହଜାର କୋଟିର ଏକ ବଜେଟ ପ୍ରସ୍ତୁତ ହୋଇଛି । ଆସନ୍ତା ୨୪ ତାରିଖରେ ସ୍ୱାସ୍ଥ୍ୟ ସଚିବ ଏସସିବି ମେଡିକାଲରେ ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ ବୋଲି ସୂଚନା ମିଳିଛି ।