ୱେଲିଂଟନ ଟେଷ୍ଟ: ପ୍ରଥମ ଟେଷ୍ଟ ହାରିଲା ଭାରତ

in #steempress4 years ago


ୱେଲିଂଟନ(ଏଟିଆର ବ୍ୟୁରୋ): ନ୍ୟୁଜିଲାଣ୍ଡର ୱେଲିଂଟନର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସରି ଯାଇଛି । ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଇନିଂସରେ ଭାରତୀୟ ଦଳ ୧୬୫ ରନ କରି ଅଲଆଉଟ ହୋଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୦୦.୨ ଓଭର ଖେଳି ୩୪୮ ରନ କରିଥିଲା । ତେବେ ଗତକାଲି ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସ ଆରମ୍ଭ ହୋଇଥିଲା । ଭାରତୀୟ ଦଳ କାଲି ଖେଳ ଶେଷ ସୁଦ୍ଧା ୧୪୪ ରନ କରି ୪ଟି ୱିକେଟ ହରାଇଥିଲା । ତେବେ ଆଜି ମାତ୍ର ୪୭ ରନ କରି ଭାରତୀୟ ଦଳ ତାର ସମସ୍ତ ୱିକେଟ ହରାଇଥିଲା । ଫଳରେ ଭାରତୀୟ ଦଳ ୧୯୧ ରନରେ ସୀମିତ ରହିଥିଲା ।

ତେବେ ନ୍ୟୁଜିଲାଣ୍ଡ ଦଳ ଆଗରେ ମାତ୍ର ୯ ରନର ବିଜୟ ଲକ୍ଷ ରହିଥିଲା । ଏହି ଲକ୍ଷକୁ ମାତ୍ର ୧.୪ ଓଭରରେ ନ୍ୟୁଜିଲାଣ୍ଡ ଟିମ ଜିତି ଯାଇଛି । ନ୍ୟୁଜିଲାଣ୍ଡ ଟିମ ପକ୍ଷରୁ ସୌଦି ସର୍ବାଧିକ ୫ଟି ୱିକେଟ ନେଇଥିଲେ । ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ପକ୍ଷରୁ ସୌଦି ମୋଟ ୯ଟି ୱିକେଟ ନେଇଥିବରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଛି । ତେବେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖ୍ରୀଷ୍ଟଚର୍ଚ୍ଚ ଠାରେ ଆସନ୍ତା ୨୯ ତାରିଖରୁ ଖେଳାଯିବ ।