ନକ୍ସଲ ଦମନ କରିବ ‘କାଜଲ’

in #steempress4 years ago


ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡ଼ିଶା ପୋଲିସ ବିଭାଗର ଚର୍ଚ୍ଚିତ କୁକୁର ସବୁବେଳେ ନିଜ ଦକ୍ଷତାକୁ ନେଇ ଚର୍ଚ୍ଚାରେ ରହିଆସିଛି । ଏବେ ଆଉ ପାଦେ ଆଗକୁ ଯାଇ ନକ୍ସଲ ଓ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିପାରିଛି କାଜଲ ।

କାଜଲ ହରିଆଣାର ମାନେସରରେ ଥିବା ନ୍ୟାସନାଲ ସିକ୍ୟୁରିଟି କ୍ୟାମ୍ପରୁ ୧୦ ଦିନର ଅତ୍ୟାଧୁନିକ ତାଲିମ ନେଇ ଫେରିଛି । ଏଣିକି ନକ୍ସଲ ବ୍ୟବହାର କରୁଥିବା ୫ହଜାର ପ୍ରକାର ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବା ପାଇଁ କାଜଲକୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ଓଡ଼ିଶାରେ ନକ୍ସଲଙ୍କୁ ଦମନ କରିବାରେ କାଜଲ ବଡ ଭୂମିକା ଗ୍ରହଣ କରିବ । ମାଟିତଳେ ନକ୍ସଲ ବ୍ୟବହାର କରୁଥିବା ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀକୁ ଚିହ୍ନଟ କରିବାରେ ପୁଲିସ ବିଭାଗକୁ ଯେଉଁ ସମସ୍ୟା ହେଉଥିଲା, ବର୍ତ୍ତମାନ କାଜଲର ସହାୟତାରେ ଅଳ୍ପ ସମୟରେ ବିସ୍ଫୋରକ ଗୁଡିକୁ ଠାବ କରାଯାଇ ନଷ୍ଟ କରାଯାଇପାରିବ ।

ସୂଚନା ଅନୁସାରେ ୨୦୧୭ରେ କାଜଲ ଓଡ଼ିଶା ପୁଲିସ ବିଭାଗରେ ଯୋଗ ଦେଇଥିଲା । କ୍ରାଇମବ୍ରାଞ୍ଚ ଅଧିନରେ ଥିବା ‘କେ-୯’ ସ୍କ୍ୱାର୍ଡର ଲାବ୍ରାଡର ପ୍ରଜାତିର ସବୁଠାରୁ ବୁଦ୍ଧିଆ କୁକୁର କାଜଲ । ଏବେ ରାଜ୍ୟ ପୁଲିସ ବିଭାଗ ଅଧିନରେ କାଜଲକୁ ମିଶାଇ ବିଭିନ୍ନ ଜିଲ୍ଲାରେ ୨୦ କୁକୁର ବିସ୍ଫୋରକ ସାମଗ୍ରୀ ଚିହ୍ନଟ ପାଇଁ ଦାୟିତ୍ୱରେ ଅଛନ୍ତି । ଅନ୍ୟପଟେ ଆହୁରି ୧୦ଟି ଜିଲ୍ଲାରେ ବିସ୍ଫୋରକ ଚିହ୍ନଟ ପାଇଁ କୁକୁର ପଦବି ଖାଲି ପଡିଛି ।