ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

in #steempress4 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିବ । ଏହି ଅଧିବେଶନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୯ରେ ଶେଷ ହେବ । ଏଥରର ଅଧିବେଶନରେ ୨୦୨୧-୨୧ ଆର୍ଥିକ ବର୍ଷର ବଜେଟ ପାରିତ ହେବା ସହିତ ରାଜ୍ୟସଭା ନିର୍ବାଚନ ରହିଛି । ଅଧିବେଶନ ସମୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ବିରୋଧୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି ।

ଚଳିତ ବଜେଟ ଅଧିବେଶନ ସମୟରେ ବିରୋଧୀ ଶ୍ରୀମନ୍ଦିରର ଜମାରାଶି ୟେସ ବ୍ୟାଙ୍କରେ ରଖିବା ସମ୍ବନ୍ଧରେ ପ୍ରଶ୍ନ ଉଠାଇ ସରକାରକୁ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ରେଳବାଇ ଜମି ଅଧିଗ୍ରହଣ ,କୃଷକ ସମସ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିବାକୁ ଉଦ୍ୟମ କରିବେ ବିରୋଧୀ । ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାନସଭାରେ ବିଲ ଗୃହୀତ ହେବା ଆବଶ୍ୟକ। ତେଣୁ ଏ ସଂପର୍କିତ ବିଲ ଆସନ୍ତା ବିଧାନସଭା ଅଧିବେଶନରେ ଗୃହରେ ଉପସ୍ଥାପନ କରାଯିବ। ସେହିପରି ଆସନ୍ତା ୨୬ରେ ରାଜ୍ୟସଭା ନିର୍ବାଚନ ଥିବା ବେଳେ ୩୧ରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ ।