ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

in #steempress4 years ago (edited)


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ୭୧ ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲଜୋନର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଉଭୟ ଦେଶର ରାଷ୍ଟ୍ରପତି ରାଜପଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସ୍ୱାଗତ କରିଥିଲେ । ଆକାଶରୁ ଏମଆଇ ୧୭ ଓ ଭି ୫ ହେଲିକପ୍ଟର ଆକାଶରୁ ପୁଷ୍ପ ବର୍ଷା କରିଥିଲେ । ସ୍ଥଳସେନା, ବାୟୁସେନା ଓ ନୌସେନା ପରେଡ ପଦର୍ଶନ କରିଥିଲେ ।